Gīta

Kaha chitta taha

କାହା ଚିତ୍ତ ତାହା

Text

Ghoṣā

କାହା ଚିତ୍ତ ତାହା ଚାହିଁ ନ ବଳିବ ଯାହା ଦେଖିଲି ଗୋ ମା ଆହା ନବ ତାରୁଣ୍ୟ ଆହା ସେ କି ଲାବଣ୍ୟ ଆହା ବ୍ରଜେନ୍ଦ୍ର ପୁଣ୍ୟପୁଞ୍ଜ ଗୋଷ୍ଠଚନ୍ଦ୍ରମା

1

(ପଡ଼ି) ବଳାହକ ନିବହ କଳାରୁ ବଳି ଦେହ ଡୋଳାରେ ନାଚୁଛି ଗୋ ମା ଢଳାଚୂଳ ଧ୍ୱଜକୁ ଆହା କେକୀ ଚୂଳକୁ ବଳାଉ ଦୃଷ୍ଟି ସରିଗଲା ସବୁ ଗାରିମା

2

ନିଟିଳାଳକ ଅଧ କୁଟିଳ ଭୂରୁ ମଧ୍ୟ ପଟୀର ତିଳକ ଗୋ ମା ନଟୀ ରତ୍ନ କୁଣ୍ଡଳ ଘୋଟିଛି ଗଣ୍ଡସ୍ଥଳ କଟି ପୀତ ଦୁକୂଳ ହା ତ୍ରିଭଙ୍ଗ ଭଙ୍ଗିମା

3

ଖଞ୍ଜନଯୁଗ ମଦଗଞ୍ଜନ ନେତ୍ରଦ୍ୱନ୍ଦ କି ଅନୁରଞ୍ଜନ ଗୋ ମା କଞ୍ଜ ସଂଯୋଗ ଅଳି ପ୍ରଭଞ୍ଜନେ ଆନ୍ଦୋଳି ହେଲା ପରାଏ ଚଳି ମଣ୍ଡୁଛି ଶ୍ରୁତି ସୀମା

4

ଯୁବା ନିକର ବର ନବାବତାର ମାର କିବା ସେ ହୋଇଛି ଗୋ ମା ନିବାସ ମୁରଲୀର ଜୀବାତୁ ଯୁବତୀର ଜବା ଗର୍ବାପହର ଅଧର ଅରୁଣିମା

5

ଗୋପାଳକୃଷ୍ଣ ଭାଷେ ଅପାର ଦିନରୁ ସେ ଉପାୟ କଲେନି ଗୋ ମା ନପାଇ ଅବସର କୃପାମୟୀ ତୁମ୍ଭର ସ୍ୱରୂପ ହୋଇଲାନି ଶ୍ୟାମ ନେତ୍ର ପ୍ରତିମା

Sources

Cite this record


Last updated 2026-11-01. Record as JSON