Gīta

Sariba ki e nisi go

ସରିବ କି ଏ ନିଶି ଗୋ

Text

Ghoṣā

ସରିବ କି ଏ ନିଶି ଗୋ ନାଗର ମୋହନ ବିନା

1

କଣ୍ଟ ଦେଇ ବେଣୁଧାରୀ ନଇଲେ ମୋ କୁଞ୍ଜପୁରୀ କେ ସହିବ ମାର ବେଦନା

2

ସଖୀ ମୁଁ ଯୋଡ଼ୁଛି କର ଏଥକୁ ଉପାୟ କର ଦୂର ହେବ ସନ୍ତାପ କିନା

3

ସକଳ କଲା ଅନ୍ଧାର ପ୍ରଖର ମଦନଶର ଘନଶ୍ୟାମ ଅନାଉଁ କିନା

4

ଅସନ ମଣିଲି ବିଷ ଗରୁ ହେଲା ଝୀନବାସ କୃଷ୍ଣ କୃଷ୍ଣ ବୋଲି ଜପେ ନା

5

ଶ୍ରୀମତୀ ବିଳାପ ଜାଣି ମିଳିଲେ ସେ ବେଣୁପାଣି ବନମାଳୀ କରେ ଭାବନା

Sources

Cite this record


Last updated 2026-11-01. Record as JSON