Gīta

Ago sakhi ati bisama netra pirati

ଆଗୋ ସଖୀ ଅତି ବିଷମ ନେତ୍ର ପୀରତି

Text

Ghoṣā

ଆଗୋ ସଖୀ ଅତି ବିଷମ ନେତ୍ର ପୀରତି

1

ପରସ୍ପରେ ପଡ଼ଇ ସୁଧା ଆଣି ଇଡ଼ଇ ସବୁ ବିଷୟା ହୁଏ ଆରତି

2

ପାଶୋରିଲେ ପାଶୋରି ଶୋରିଷକେ ନ ପାଇ ନ ଦେଖି ଛାତି ହୁଏ କରତି

3

ରେଣୁ ପଡ଼ିଲେ ଆଖି ଚିତ୍ର କିଛି ନ ଦେଖି ବନ୍ଧୁ ମୂରତି ହୁଏ ଭରତି

4

ଆଖିର ଆଖି କୀଟ ଅଟଇ ଏ କି ଲାଟ କାଟୁଛି ହୋଇ ନାହିଁ ବରତି

5

ନୟନ ପରବଶ ହେଳେ କରଇ ନାଶ ସତ ଏ ବନମାଳୀ ଭାରତୀ

Sources

Cite this record


Last updated 2026-11-01. Record as JSON