Gīta

Ede nirdaya kahinki sunabarana

ଏଡ଼େ ନିର୍ଦ୍ଦୟା କାହିଁକି ସୁନାବରନା

Text

Ghoṣā

ଏଡ଼େ ନିର୍ଦ୍ଦୟା କାହିଁକି ସୁନାବରନା ଆଉ ଜାଣି ଜାଣି ଛଳ କରନା

1

ଦେଖିଲା ବେଳରୁ ତୋ ଚନ୍ଦ୍ରବଦନ ଘନ ଘନ ହୃଦ ଦହଇ ମଦନ କଲାଣି ତୋ ରୂପ ନୟନେ ସଦନ କଟାକ୍ଷ କଟାରୀ ବନ୍ଧୁ ଧରନା

2

ସଖୀମେଳେ ଯେବେ ବସୁ ହସି ହସି ମଣଇଁ ସତେକି ତାରା ମଧ୍ୟେ ଶଶୀ ସେ ସୁଷମା ଭାଳି ନ ସରଇ ନିଶି ସୁଧା ଅଧରରେ ବିଷ ଭରନା

3

ସୁଝୀନ ବସନେ ଫୁଟି ତୋ ଊରଜ ଭାଙ୍ଗିଦିଏ ଯୁବାମଣ୍ଡଳୀର ତେଜ ରସିକାରତନ ତୁ ନାଗରୀରାଜ ଆଶା ରତନଟି ମୋର ହରନା

4

ବାନ୍ଧିଦେବି ଧନ ମନ ସୁଖେ ଜୂଡ଼ା ଖଞ୍ଜି ଚଉପାଶେ କେତକୀ ପାଖୁଡ଼ା ବନମାଳୀ ବୋଲେ ତୁମ୍ଭେ ଘରବୁଡ଼ା ଲବେ କୃପା ବହ ପ୍ରାଣେ ମାରନା

Sources

Cite this record


Last updated 2026-11-01. Record as JSON