Gīta

Ehi para brajaraja nandana go

ଏହି ପରା ବ୍ରଜରାଜ ନନ୍ଦନ ଗୋ

Text

Ghoṣā

ଏହି ପରା । ବ୍ରଜରାଜ ନନ୍ଦନ ଗୋ

1

ଦେଖିଲେ ନେତ୍ର ପବିତ୍ର । ହୋଇ ଯାଉଅଛି ମାତ୍ର । କି ଶୋଭା ପାଉଛି ଚନ୍ଦ୍ରବଦନ ଗୋ

2

ନବୀନ ଘନ ବରନ । ନିନ୍ଦୁଅଛି ଅପଘନ । କଟୀକି ଶୋଭିଛି ପୀତବସନ ଗୋ

3

କୋଟିଏ ରବି ସରାଗ । ନିନ୍ଦୁଛି କୁଣ୍ଡଳ ଯୁଗ । ଲକ୍ଷ କାହିଁ ହେବ ଛାର ମଦନ ଗୋ

4

ଏ ରସରେ ବନମାଳୀ । ଭାଳି କହେ ବ୍ରଜବାଳୀ- । -ମାନଙ୍କ ଏ ନେତ୍ରାନନ୍ଦ ସଦନ ଗୋ

Sources

Cite this record


Last updated 2026-11-01. Record as JSON