Kahinki noile mora kunjaku syama nagara
କାହିଁକି ନୋଇଲେ ମୋର କୁଞ୍ଜକୁ ଶ୍ୟାମ ନାଗର
Text
Ghoṣā
କାହିଁକି ନୋଇଲେ ମୋର କୁଞ୍ଜକୁ ଶ୍ୟାମ ନାଗର କି ମନ୍ତ୍ର କଲା ସେ କେଉଁ ଚତୁରୀ ରସିକାବର
1
ଜାଳି ରତ୍ନ ଦୀପାବଳୀ ଅତି ସୁଯତନ କରି ମଣ୍ଡିଥିଲି କେଳିବାସ ସବୁ ହେଲା ନାରଖାର
2
ଜାଣି ମୁଁ ଅତି ହରଷେ ଟାଣି ଚନ୍ଦ୍ରାତପ ତୋଷେ ବାଣୀକି ବିଶ୍ୱାସ କରି ହେଲି ସଖୀ ଏତେ ଦୂର
3
ଚୂଆ ଚନ୍ଦନକୁ ଗୋଳି ଗୁନ୍ଥିଲି ନିଆଳୀ ମାଳି ଭାଙ୍ଗିଥିଲି ନାଗବଲ୍ଲୀ ବାସି କଲେ ବଂଶୀଧର
4
ଶ୍ରୀହସ୍ତେ ମୁରଲୀ ଛୁଇଁ କହିଥିଲେ ଆନ ଦେଇ କାହିଁଗଲା ସତେ ଆହା ସେ ଆଶା ଭରସା ମୋର
5
ବନମାଳୀ ଦାସ ଭଣି କି ହେବ କଲେ ଭାଳେଣି ଭୁଲାଇ ମଲ୍ଲ ଘରଣୀ ବନ୍ଦୀ କଲା ଏ ନିଶାର