Gīta

Kali kahinki naila syamanagara

କାଲି କାହିଁକି ନଇଲ ଶ୍ୟାମନାଗର

Text

Ghoṣā

କାଲି କାହିଁକି ନଇଲ ଶ୍ୟାମନାଗର ଯାହା ହେଉଅଛି ଦେହ ମଦନେ ମୋର

1

ଆଉ କେ ଯିବ ବିଶ୍ୱାସ । ଲମ୍ପଟିଆ ପୀତବାସ । ତଣ୍ଟିକଟା ଆଚରଣ ଏକା ତୁମ୍ଭର

2

କୁଞ୍ଜକୁ ସଙ୍କେତ ଦେଇ । ଭଣ୍ଡିଲ ମୋତେ କିମ୍ପାଇଁ । ଦଗାଦାର ନଟବର ମୁରଲୀଧର

3

ଏହିପରି ତୁମ୍ଭ ରୀତି । ଜାଣି ନ ଥିଲି ଶ୍ରୀପତି । ଗଛରେ ଚଢ଼ାଇ ମୂଳ କାଟିଦେବାର

4

ବନମାଳୀ ଦାସ ଭଣେ । ତୁମ୍ଭ ପରି ନାହିଁ ଜଣେ । ହଟିଆ ନଟକୂଟିଆ ହେ ଚିତ୍ତଚୋର

Sources

Cite this record


Last updated 2026-11-01. Record as JSON