Gīta

Ki dekhila aja netra

କି ଦେଖିଲା ଆଜ ନେତ୍ର

Text

Ghoṣā

କି ଦେଖିଲା ଆଜ ନେତ୍ର ସଜନୀ କି ଦେଖିଲା ଆଜ ନେତ୍ର ଲଳିତ ମୂରତି କଳି ତ ନୋହିଲା ଦଳିତ ଅଞ୍ଜନ ଗାତ୍ର ଲୋ

1

ଅଳକା କପୋଳେ ଚପଳା କି ଖେଳେ କେକୀପୁଚ୍ଛ ଚନ୍ଦ୍ରଚୂଳ ରତନେ ଜଡ଼ିତ ଯତନେ କୁଣ୍ଡଳ ଝଲକେ ଗଣ୍ଡମଣ୍ଡଳ ଲୋ

2

ହୃଦରେ ପଦକ କରଇ ମାଦକ ବାଦ କରେ ନିଶାକରେ କାମିନୀ ଚିତ୍ତକୁମୁଦ ପ୍ରଫୁଲ୍ଲିତ କରୁଥାଇ ଲୋକନରେ ଲୋ

3

କରେ ତା କଙ୍କଣ ମୁରଲୀବାଦନ ପୟରେ ନୂପୁର ଶୋହେ ସୁବାସ କୁସୁମ ମାଳ ମାଳ ମାନ ବାର ବେନି ପୁର ମୋହେ ଲୋ

4

ବାଛି ପିନ୍ଧିବାର କାଛି ପୀତାମ୍ବର ଅତର କର୍ପୂର ଉଛି ବାରିବାକୁ ଆଉ ଅଛି କି ସେ ଶ୍ୟାମ ସୁନ୍ଦରପଣକୁ କିଛି ଲୋ

5

ବୋଲେ ବନମାଳୀ ସେ ପଟ୍ଟନାୟକ ଭାଷନ୍ତି କିଶୋରୀମଣି ନଟ ଲଗାଇବା ହଟ ବଡ଼ ତାର ନଟବର ବେଶ ଠାଣି ଲୋ

Sources

Cite this record


Last updated 2026-11-01. Record as JSON