Ki range chahinla chhaila
କି ରଙ୍ଗେ ଚାହିଁଲା ଛଇଳ
Text
Ghoṣā
କି ରଙ୍ଗେ ଚାହିଁଲା ଲୋ ଛଇଳ ନବଘନ କାଳିଆ
1
ଯାଇଥିଲି ନୀର ଆଣି ନୀପମୂଳେ ବେଣୁପାଣି କି ମନ୍ତ୍ର କରି ମନ ମୋହିଲା ଲୋ
2
ଯାଇଥିଲି ଯମୁନାକୁ କଦମ୍ବ ମୂଳେ ତାହାକୁ ଦେଖି ମୋ ଆଖି ଲାଖି ରହିଲା ଲୋ
3
ଯାଇଥିଲି ମୁହିଁ ଏକା ଯାହା କଲା ଗିରିଟେକା ତାହା ତ ବଚନେ କହି ନୋହିଲା ଲୋ
4
କୋଟି କଳାକର ଶିରୀ କୋଟି ସ୍ମର ନୋହେ ସରି କି ଯତ୍ନେ ବିହି ତାକୁ ଲିହିଲା ଲୋ
5
ଭଲା ତା ନେତ୍ର କଟାରୀ ଶାଣଦିଆ ତରବାରୀ ମରମେ ମୋର ଲାଖି ରହିଲା ଲୋ
6
ମୋର ପତିବ୍ରତ ଆଣି ଭାଙ୍ଗିଦେଲା ସେହି ପୁଣି ଧଇର୍ଯ୍ୟବନ୍ଧ ମୋ ନ ରହିଲା ଲୋ
7
କହଇ ଯା ବନମାଳୀ ଏ ରସରେ ଭାଳି ଭାଳି ଆଉ ଯା ଥରେ ଭେଟ ନୋହିଲା ଲୋ