Gīta

Kunje murali bajuchi

କୁଞ୍ଜେ ମୁରଲୀ ବାଜୁଛି

Text

Ghoṣā

କୁଞ୍ଜେ ମୁରଲୀ ବାଜୁଛି ଗଲେ ହେବ ଅପବାଦ ନ ଗଲେ ମରୁଛି ଗୋ

1

ଶାଶୁ ନଣନ୍ଦ ମୋହର ଦେଖି ନ ପାରନ୍ତି ଯମୁନାକୁ ନୀର ଆଣିବାକୁ ନ ଛାଡ଼ନ୍ତି ଗୋ

2

ମଦନ ବାଣରେ ତନୁ ଘାରି ହେଉଅଛି କି କରିବି କାହିଁ ଯିବି ଅସ୍ଥିର ହେଉଛି ଗୋ

3

ସେ ମୋହନ ବେଣୁଧର ପ୍ରାଣର ସଙ୍ଖାଳି ଗୋପାଙ୍ଗନାମାନେ ବେଢ଼ି ଦ୍ୟନ୍ତି ହୁଳହୁଳି ଗୋ

4

କୁଳଛଡ଼ା ଘରବୁଡ଼ା ନାଗର କହ୍ନାଇ ବୋଲେ ବନମାଳୀ ମିଛ ନୁହେ ପ୍ରାଣସହି ଗୋ

Sources

Cite this record


Last updated 2026-11-01. Record as JSON