Gīta

Ke murali bajauchi

କେ ମୁରଲୀ ବଜାଉଛି

Text

Ghoṣā

କେ ମୁରଲୀ ବଜାଉଛି ବୃନ୍ଦାବନେ ଗୋ ତା ପରି ନାଗର ଆଉ ନାହିଁ ଜଣେ ଗୋ

1

ସେ ନାଦ କର୍ଣ୍ଣେ ବାଜିଲା । ପାଦ ମୋର ନ ଚଳିଲା । ମାର ମରମେ ଭେଦିଲା ପଞ୍ଚବାଣେ ଗୋ

2

ମୁରଲୀ ବଡ଼ ପ୍ରମାଦ । କଲା ମୋତେ ଅବସାଦ । ପତିବ୍ରତା ଛଡ଼ାଇଲା ପରି ମଣେ ଗୋ

3

ଚିତ୍ରପଟେ ଲେଖାଇବି । ଯତନରେ ରଖାଇବି । ଚିତ୍ତ ତହିଁ ଖଟାଇବି ଅନୁକ୍ଷଣେ ଗୋ

4

ବନମାଳୀ ଦାସ କହେ । ନନ୍ଦସୁତ ମନ ମୋହେ । ଭଜି ମଜ୍ଜି ରହିଥିବି ଶ୍ରୀଚରଣେ ଗୋ

Sources

Cite this record


Last updated 2026-11-01. Record as JSON