Gīta

Garima ki paribu rakhi

ଗାରିମା କି ପାରିବୁ ରଖି

Text

Ghoṣā

ଗାରିମା କି ପାରିବୁ ରଖି ବାରିଜାକ୍ଷି ହରି ଠାରିଲେ ଆଖି

1

ନାରୀ କୁଳେ ଜନମ ହୋଇ ତା ରୀତି କେ ନ ଜାଣେ ସହି ଘାରି ନୋହିଛି କେ ମଦନ ବାଣରେ ପାରୀନ୍ଦ୍ରମଧ୍ୟମା ଆଜନ୍ମସୁଖୀ

2

ଚାରିଦଶ ଭୁବନ ଯାକେ ବାରିବାକୁ ଆଉ ଅଛି କେ ବାରିଦବରନ ସୁନ୍ଦର ମୋହନ ଚାରି ହଜା ଖଣ୍ଡି ଅଛି ସେ ଶିଖି

3

ହାରି ଯାକୁ ସେ ଶମ୍ବରାରି ସାରିଅଛି ଧୈର୍ଯ୍ୟ ଚାତୁରୀ ଶାରୀଟି ମୁଖରୁ ଶୁଣିଛୁ ତ ଗୋରୀ ଦାରିଦ୍ର୍ୟଭଞ୍ଜନ ଶୋଭା ଛଇକି

4

ପ୍ୟାରୀ ଘେନ ଚିତ୍ତେ ବିଚାରି ତ୍ୟାରି ବନମାଳୀ ସଞ୍ଚାରି ମାରିଦେଲେ ଶ୍ୟାମ ନୟନ କଟାରୀ ପାରିବ କେ ରହି କହ ସୁମୁଖୀ

Sources

Cite this record


Last updated 2026-11-01. Record as JSON