Gīta

Padi bhramare budigalu syama premare

ପଡ଼ି ଭ୍ରମରେ ବୁଡ଼ିଗଲୁ ଶ୍ୟାମ ପ୍ରେମରେ

Text

Ghoṣā

ପଡ଼ି ଭ୍ରମରେ ବୁଡ଼ିଗଲୁ ଶ୍ୟାମ ପ୍ରେମରେ

1

ବରଜ ପ୍ରାଙ୍ଗଣେ ସଖୀ ବରହୀ ନୃତ୍ୟ ନିରେଖି ବରତନୁ ଥରୁଥିଲୁ ଧଇର୍ଯ୍ୟେ ଉପେକ୍ଷି ରାଧେ

2

ପବିତ୍ରାଙ୍ଗୀ ସ୍ୱପନରେ କି ବିଲୋକିଲୁ ରାତିରେ ଭାବି ଶୋକ କରୁଥିଲୁ ଧକି ଧକି ଧୀରେ ରାଧେ

3

ତ୍ରପାଭରେ ନିମଜ୍ଜିଲେ କୃପାମୟୀ ଆଳି କୋଳେ ଗୋପାଳକୃଷ୍ଣ ସେବେ ସେ ଅମଳ ପଦ କମଳେ

Sources

Cite this record


Last updated 2026-11-01. Record as JSON