Gīta

Syame tu nuha bimana

ଶ୍ୟାମେ ତୁ ନୁହଁ ବିମନା

Text

Ghoṣā

ଶ୍ୟାମେ ତୁ ନୁହଁ ବିମନାରେ ସୁମନା

1

ମୁଞ୍ଚ ଏ ରୁଷାଣି ଆରେ ବୀଣାବାଣୀ ଛାମୁରୁ ନ କର ମନାରେ

2

ହାତ ଓଠ ଧରି କହୁଛି ସୁନ୍ଦରୀ ଅମୀୟ କଟାକ୍ଷେ ଅନାରେ

3

ସୁଚିତ୍ତେ ବିଚାର ସେ ତୋର ତୁ ତାର ଜୀବନ ସଙ୍ଖାଳି ସିନାରେ

4

କଲେ ହତାଦର ହେବେଟି କାହାର ସେ ଘନ କାଳିଆ ସୁନାରେ

5

ବନମାଳୀ କହେ କାହା ଦେହ ସହେ ଦେଖି ମୋହନ ଯାତନାରେ

Sources

Cite this record


Last updated 2026-11-01. Record as JSON