Aja braja raja pure laje mu budili
ଆଜ ବ୍ରଜରାଜ ପୁରେ ଲାଜେ ମୁଁ ବୁଡ଼ିଲି ମା
Text
Ghoṣā
ଆଜ ବ୍ରଜରାଜ ପୁରେ ଲାଜେ ମୁଁ ବୁଡ଼ିଲି ମା
1
ରୋହିଣୀଙ୍କ ସଙ୍ଗତରେ ଥିଲି ରନ୍ଧନ ମନ୍ଦିରେ ପଛକୁ ନାଗରବର ଦୃଷ୍ଟିରେ ପଡ଼ିଲି ମା
2
ହୃଦ କରେ ଦମଦମ ବୁଦ୍ଧି ମୋ ହୋଇଲା ବାମ ସୁଧା ସମ ଶିଖରିଣୀ ଜଳେ ନିଉଡ଼ିଲି ମା
3
କପଟିନୀ କୁନ୍ଦବଲ୍ଲୀ ଜାଣି ପାଶୁ ଗଲା ଚଳି ସାରୀ ପଢ଼ିବାରୁ ଆଣି ଓଢ଼ଣୀ ଓଢ଼ିଲି ମା
4
ହେଲା କି ପାକ ସମ୍ଭାର ବୋଲି ପଚାରନ୍ତେ ମୋର ଧୃତି ଖସିଗଲା ପ୍ରତିଉତ୍ତର ହୁଡ଼ିଲି ମା
5
ମୋ ଓଷ୍ଠ କମ୍ପିଲା ଚାହିଁ ହସିଲା ସେ ଆଡ଼େ ରହି ତା ଇଙ୍ଗିତ ହେଜି ଶୀଘ୍ରେ ଅଧର ପୀଡ଼ିଲି ମା
6
ଗୋପାଳକୃଷ୍ଣ କହିଲା ରହୁ ଜଟିଳା ଅଇଲା ଆସନ୍ତୁ ସଜନୀ ତୋତେ କେତେ ମୁଁ ଲୋଡ଼ିଲି ମା