Kuhu kuhu ke sajani
କୁହୁ କୁହୁ କେ ସଜନୀ
Text
Ghoṣā
କୁହୁ କୁହୁ କେ ସଜନୀ କେ ସେ ବୋଲେ କୁହୁ କୁହୁ ବୋଲେ ରେ
1
ପହୁଡ଼ିଥିଲି ଅଳସେ । ଆସି ବାତାୟନ ପାଶେ । ଦୋହଲାଇ ଦେଲା ତନୁ ଗେଲେ । (ପଡ଼ି) ସପନ ଚେତି ସତେ ଚାହିଁଲି ସଜନୀ ଗୋପନ ମନ ତଳେ ଛୁଆଁକେ ଦେଲା ଆଣି ଘେନାଇ ମନ କେ ସେ ପରଶ ଯାଚିଲାଣି ପାଶେ ଆସି । ହସେ ବସି । ରସେ ରସି । ପଚାର ସଖି ତୁ ଥରେ ପରାଣ ମୋର ଚହଲେ ବସନ୍ତ ହେବ ସେ ହେଲେ
2
କବିଚନ୍ଦ୍ର ବୋଲେ ମିତ । ଆଣିଛି କୋଇଲି ଗୀତ । ନାରୀମରା ମୁକୁଟ ତା ଭାଲେ । (ପଡ଼ି) କରୁଣା ବୋଲି ପଦ ନାହିଁ ତା ମରମେ ମଦନପାଳିଆ ସେ ନାରୀମରା ଧରମେ ବିରହୀ ଜନମନ ଲୁଟେ ସେ ଜୀବଧନ ସୁନାଗୋରୀ । ଆନ ଦେଲି । ବସ ଫେରି । ତା ନାଁ ଧରନାରେ ମୁଖେ ଦୂରନ୍ତ ତାର ପରା କେ ହିଆ ଚମକେ ଥମକେ