Uthilu ede begi kahinki re
ଉଠିଲୁ ଏଡ଼େ ବେଗି କାହିଁକିରେ
Text
Ghoṣā
ଉଠିଲୁ ଏଡ଼େ ବେଗି କାହିଁକିରେ ଦୁଃଖୀଧନ ଦଧି ମନ୍ଥାଇ ଦେବୁ ନାହିଁକିରେ
1
ଦେହ ପାଶୋରି ଦଣ୍ଡେ ନିଦ ନ ଗଲୁ ଏଡ଼େ ବିଟୋଳ ହେଲୁ ମୋର ପାଇଁକିରେ
2
ଖେଳିବୁ ରାମ ତୁଲେ ପଛେ ରାତି ପାହିଲେ ଶୁଆଇ ଦେବି ଗୀତ ଗାଇକିରେ
3
ମନ୍ଥିବି ମୁଁ କେମନ୍ତ ଖୁଆ ଦଣ୍ଡରୁ ହାତ ଛାଡ଼ ଦେଉଛି ସର ଖୋଇକିରେ
4
ଆହା ଏ କି ପ୍ରମାଦ ଛନ୍ଦନା ବାବୁ ପାଦ ଡାକ ଯା ବଳରାମ ଭାଇକିରେ
8
ପଣନ୍ତରେ ବଦନ ପୋଛି ଦେଲେ ଚୁମ୍ବନ ଗୋପାଳକୃଷ୍ଣ ଚିନ୍ତେ ଦୁହିଁଙ୍କିରେ