Gīta

Kananara bitanare

କାନନର ବିତାନରେ

Text

Ghoṣā

କାନନର ବିତାନରେ ଏ କି ଗାନ ଶୁଭୁଛି ମା କାନରେ ଏ ନିସ୍ୱନ ପ୍ରସରି ଜ୍ଞାନ ହରୁଛି ମା

1

ନିବିଡ଼ ନୀବିଗ୍ରନ୍ଥୀ ସାଧବୀ ବିଥୀର ଫିଟୁଛି ମା କି ବିହିଛିଟି ବିହି ବିବେକ ବୁଦ୍ଧି ନାଶୁଛି ମା

2

ନାଦର ଏ କି ମାଦକ ଉନୁମାଦ କରୁଛି ମା ଆଦର ରହୁ ପାଦରେ ସୁଧାସ୍ୱାଦ ଦଳୁଛି ମା

3

ଭାବ ଏ କି ପ୍ରଭାବ ରବର ଗ୍ରାବ ଦ୍ରବୁଛି ମା ଏ ବରଜର ଯୁବତୀ ଆବୁର ନେବ ମଣୁଛି ମା

4

ସ୍ୱାନ୍ତକର ଏ ତନ୍ତ୍ର ଜାଣ ଯନ୍ତ୍ର ରଚିଛି ମା ମନ୍ତର ପଢ଼ି ଅନ୍ତରକୁ ମୋ କୁନ୍ତ ମାରୁଛି ମା

5

ଆଳୀ କରେ ନିଆଳୀ ମାଳିକା ଯେ ପଠାଇଛି ମା ପାଳୀ କହନ୍ତି କେଳି ମୁରଲୀ ସେ ବଜାଉଛି ମା

6

ପରମାକ୍ଷର ଅର୍ଥ ଧ୍ୱନିରେ ପ୍ରକଟ ହୋଇଛି ମା ଭରମ କେଣେ ଗୋପାଳକୃଷ୍ଣ ଶୁଣ ଜଣାଉଛି ମା

Sources

Cite this record


Last updated 2026-11-01. Record as JSON