Gīta

Dekhile dekhila pari

ଦେଖିଲେ ଦେଖିଲା ପରି

Text

Ghoṣā

ଦେଖିଲେ ଦେଖିଲା ପରି ଥରେ ରସିକରାଜଙ୍କୁ ଅଖିଳ ବ୍ରଜବାସୀଙ୍କ ଆଖିର ପୁଣ୍ୟ ପୁଞ୍ଜକୁ

1

ସୁରଭୀଗଣ ପଛରେ ମୁରଲୀ ବଜାଇ ଧୀରେ ନାଚି ଆସିବା ବେଳରେ ବନ ବାହୁଡ଼ା ସଜକୁ

2

ବିନ୍ଦୁ ବିନ୍ଦୁ ଶ୍ରମଝାଳ ଅଳକାବୃତ କପୋଳ ମକର କୁଣ୍ଡଳ ଗଣ୍ଡ ଶିଖଣ୍ଡଚୂଳ ଧ୍ୱଜକୁ

3

ନଟବର ଶିଖାମଣି ଚରମ ଦେଶର ବେଣୀ ଚାଳିବାର ବଂଶୀ ରନ୍ଧ୍ରେ ଚାରୁ ଅଙ୍ଗୁଳି ବ୍ରଜକୁ

4

ନାସିକାର ମୋତିବର ଧୀର ଧୀର ଚଳିବାର ଗୁଞ୍ଜହାର ତୁଲେ ଉତ ପରମ ବନ୍ୟ ସ୍ରଜକୁ

5

ଝୁମୁଝୁମୁ ବାଜିବାର ମଞ୍ଜୁଳମଣି ମଞ୍ଜୀର ଗୋପାଳକୃଷ୍ଣ ଚିନ୍ତେ ସେ ଛନ୍ଦା ଚରଣ କଞ୍ଜକୁ

Sources

Cite this record


Last updated 2026-11-01. Record as JSON