Gīta

Naba nagara kanha murali bajae

ନବ ନାଗର କାହ୍ନା ମୁରଲୀ ବଜାଏ

Text

Ghoṣā

ନବ ନାଗର କାହ୍ନା ମୁରଲୀ ବଜାଏ ଶୁଖିଲା ତରୁକୁ ପଲ୍ଲବାଏ ଗୋ

1

ଶୀତ ଋତୁ ନୋହେ ତନୁ କମ୍ପାଏ ବିଶିଖ ନୋହେ ମରମକୁ ପାଏ ଶିଖୀ ନୋହେ ମାନସ ତତାଏ ଗୋ

2

କେବା ଜାଣେ କେହୁ ମନ୍ତର ଗାଏ କର୍ଣ୍ଣେ ବାଜି ଆଉ ନ ଚଳେ ପାଏ ବଳେ ଧରି ମଦନେ ମତାଏ ଗୋ

3

ହଟ କରି ଜଳଘାଟକୁ ଯାଏ ଆଭିରୀ କୁଳେ କଳଙ୍କ ଲଗାଏ ନୀପମୂଳେ ଉଭା ଶୋଭା ପାଏ ଗୋ

4

ବନମାଳୀ ଏହୁ ରସରେ ଗାଏ ଅସତ କଥାକୁ ସତ କରାଏ ତାହା ଘେନି ଏତେ ଦୁଃଖ ପାଏ ଗୋ

Sources

Cite this record


Last updated 2026-11-01. Record as JSON