Gīta

Sunajiba ki se srimukharu bani

ଶୁଣାଯିବ କି ସେ ଶ୍ରୀମୁଖରୁ ବାଣୀ

Text

Ghoṣā

ଶୁଣାଯିବ କି ସେ ଶ୍ରୀମୁଖରୁ ବାଣୀ ଶ୍ରବଣେ ମୋହର

1

ନବନୀତ ମୃଦୁ ପୀୟୂଷରୁ ସ୍ୱାଦୁ ଗୋଷ୍ଠ ଚନ୍ଦ୍ରମା ମୋହନ ମନ୍ତର

2

ବନ ଲେଉଟାଣି ବଂଶୀସ୍ୱନ ଶୁଣି ଅଗଣାରେ ଆଳୀଙ୍କି ଡାକିବାର

3

ମୋହନ ଶ୍ରୀହସ୍ତ ଚିଟାଉ ଏକାନ୍ତ ସ୍ଥଳେ ରହି ହସି ପାଠ କଲାର

4

ସଖୀ ପଛେ ଥାଇ ବଦନ ଲୁଆଇଁ ବ୍ରଜବିଧୂଙ୍କୁ ଦେଲାର ଉତ୍ତର

5

ପଦାବ୍ଜ ସେବାକୁ ଗୋପାଳକୃଷ୍ଣକୁ ଆସ ବୋଲିବାର ସ୍ୱାମିନୀଙ୍କର

Sources

Cite this record


Last updated 2026-11-01. Record as JSON