Gīta

Mo bhale thila ki lihi

ମୋ ଭାଲେ ଥିଲା କି ଲି

Text

Ghoṣā

ମୋ ଭାଲେ ଥିଲା କି ଲିହି କଲି ମଲ୍ଲୀ ରୋପଣ ତହୁଁ ଜନ୍ମିଲା ତୃଣ ଚିନ୍ତା ରତନଗଣ ହେଲା ପାଷାଣ କଣ

1

ଚୂତ ଫଳିଲା ନାଗରଙ୍ଗ କଟି ମେଖଳା ହେଲା ଭୁଜଙ୍ଗ ତଟିନୀ ତଟେ ବାସ କରି ନ ଗଲା ଶୋଷ ପିଇବାର ପୀୟୂଷ ପାନରେ ହେଲା ବିଷ

2

ମଧୁ ଶାକର ହେଲା ନିମ୍ବ ରବି ପରି ହେଲା ଚନ୍ଦ୍ରବିମ୍ବ ଧାତାର କି ବିବେକ ଚଞ୍ଚୁଜିତ କିଂଶୁକ ପଢ଼ା ପଣ୍ଡିତ ଶୁକ ହେଲା ମୋ ଦ୍ରୋଣ କାକ

3

ମନ୍ଦାକିନୀରେ ନିମଜ୍ଜିଲି ନିନ୍ଦା କାହିଁକି ଅରଜିଲି ଚଢ଼ିଲି ମେରୁଚୂଳ ଭୋଗ ହେଲା ଅତଳ ବ୍ରହ୍ମଜାତି ପାଟଳ ହୀରା ହେଲା ପିତ୍ତଳ

4

ଆଉ ନ ରମିବି ନବୀନା ଜୀବନ ଯିବ ତାଙ୍କ ବିନା ଏ ଚିନ୍ତାର ମନ୍ଦିର ହେଲେ ଶ୍ୟାମସୁନ୍ଦର ବନ୍ଦଇ ଜଳନ୍ତର ଅବନୀ ପୁରନ୍ଦର

Sources

Cite this record


Last updated 2026-11-01. Record as JSON