Arajibi pache jana apakhyatiki go
ଅରଜିବି ପଛେ ଜନ ଅପଖ୍ୟାତିକି ଗୋ
Text
Ghoṣā
ଅରଜିବି ପଛେ ଜନ ଅପଖ୍ୟାତିକି ଗୋ ବରଜିବି କେହି ଘନଶ୍ୟାମ ପ୍ରୀତିକି ଗୋ
1
ତେଜି ଜାଈଦଳ ଶେଯ । ଘନସାର ମଳୟଜ । କରିବ କେ ରାଜୀବଦଳକୁ ଗତିକି ଗୋ
2
ତା ସୁନ୍ଦର ମନ୍ଦହାସ । ରୁଚିର ଭୂରୁ ବିଳାସ । ଛାଡ଼ି ଆଡ଼ିବ କେ ଫୁଲବାଣେ ଛାତିକି ଗୋ
3
ପଦକୁ ପୁରନ୍ଦରର । କରିଦେବି କରି ଛାର । ନିତି ନିତି ତା ସୁରତେ ସତେ ମାତିକି ଗୋ
4
ତେଜିଣ କୋଣ ଚାହାଣୀ । ପୀୟୂଷ ମଧୁର ବାଣୀ । ସହିବ କେ କାମରାଜ ଝଳି କାତିକି ଗୋ
5
କରି ଗାଢ଼େ ପରିରମ୍ଭ । ତା ଅଧର ପକ୍ୱବିମ୍ବ । ପିଉଥିବି ପାହିଯିବା ଯାଏ ରାତିକି ଗୋ
6
ବୋଲେ ବସୁଦୁର୍ଗପତି । ଧ୍ୟାନ କରି ତା ମୂରତି । ନାମ ଭଜନରେ ବ୍ରତୀ ହେବି ଯତିକି ଗୋ