Kahi mahata sina sariba go
କହି ମହତ ସିନା ସାରିବ ଗୋ
Text
Ghoṣā
ଆଉ କି ସହୀ ସହି କରିବ ଗୋ କହି ମହତ ସିନା ସରିବ ଗୋ
1
ଶ୍ୟାମ ଗୁଣ ପରଖି ଚିତ୍ତ ଭିତରେ ସଖି ରଖିଲାଣି କିପରି ଭାରିବ ଗୋ ଭରିଗଲାଣି କ୍ଷୀରଭାଣ୍ଡରେ ଯେବେ ଖାର ଛାଣି କେ ସ୍ୱାଦୁ ବାରିପାରିବ ଗୋ
2
ବୁଝିଲାଣି ମରଜି ଆଉ କି ହୋଇ ରାଜି ନିକୁଞ୍ଜେ ତୋ ସଙ୍ଗେ ବିହରିବ ଗୋ ସୁଧାରେ ବିଷ ଦେଇ ଯତ୍ନେ ଛାଣିଲେ ନେଇ ତହୁଁ କି ମଧୁ ଆଉ ଝରିବ ଗୋ
3
ଦେଲାଣି ସ୍ନେହ ଭାଙ୍ଗି ତୋ ଠାରୁ ସେ ଶୁଭାଙ୍ଗୀ ଆଉ କି ତୋ ବୋଲ ସେ କରିବ ଗୋ ଛେଦି ପାଦପ ମୂଳ ସିଞ୍ଚିଲେ ନେଇ ଜଳ ସେ କି ନବପଲ୍ଲବ ଧରିବ ଗୋ
4
ଅଷ୍ଟଦୁର୍ଗ ଅବନୀପତି ଭାଷେ ସଜନୀ ଆଉ କି ତୋ ଦୁଃଖ ସେ ହରିବ ଗୋ ପରଖ ଦେବା ଲାଞ୍ଚ କଲାଣି ଯେବେ ପାଞ୍ଚ ପଞ୍ଚବାଣକୁ ସେ କି ଡରିବ ଗୋ