Gīta

Aja e ki gumana re

ଆଜ ଏ କି ଗୁମାନ ରେ

Text

Ghoṣā

ଆଜ ଏ କି ଗୁମାନ ରେ ଚନ୍ଦ୍ରାନନା ଦେଖି ନାହିଁ ସ୍ୱପନରେ

1

ସୁନ୍ଦର ରଦବାସ ମନ୍ଦାର ଦଳେ ହାସ -କୁନ୍ଦକୁ ପରକାଶ କୁନ୍ଦନାଙ୍ଗୀ ମୋ ଧନି (ପଡ଼ି) ତୁ ସିନା ମୋର ପ୍ରାଣ ରମଣୀଗଣ ରାଣ ରାଣ ଅଛିଟି ମାଣବକ ମୃଗାକ୍ଷୀ ଜାଣ ଦାରୁଣ ସ୍ମରରାଣ ଶାଣଦିଆ ତୀକ୍ଷଣ ବାଣ ଗଣରେ ନିଶ୍ଚେଁ ନେବଟି ଏ ପରାଣ

2

ଚାରୁ ଚମ୍ପକଦେହାରେ ଚନ୍ଦ୍ରାନନା କାହୁଁ ଶିଖିଲୁ ଏହାରେ ଅଶ୍ରୁ ପ୍ରସରିବାର ମହୀକି ଚିରିବାର ଆଜନ୍ମ ପରିଚାର ସଂସାର ସାରିବାର

3

ମର୍ମ୍ମ ଗଲାଟି ଫାଟିରେ ଚନ୍ଦ୍ରାନନା ମାର ମାର୍ଗଣ ଧାଟିରେ ବନ୍ଧୁଆ ସରିଲିଟି ତୋ କୀର୍ତ୍ତି ପରିପାଟୀ ରୋପିବାର ଲତାଟି ମୂଳୁଁ ନ ପକା କାଟି

4

ଦୋଷ ଦେଖି ତୁ ଦଣ୍ଡରେ ଚନ୍ଦ୍ରାନନା ମଣ୍ଡନା କର ଗଣ୍ଡରେ ବାହୁପାଶେ ନିତାନ୍ତେ ବାନ୍ଧିବା ବସନାନ୍ତେ ଓଷ୍ଠ ବିଦାରି ଦନ୍ତେ ଭୁଷ କରଜ କୁନ୍ତେ

5

ଆରମ୍ଭିଲେ ତୁ ରୁଷାରେ ଚନ୍ଦ୍ରାନନା ଭରସା କେ ମୋ ରସାରେ ତେଜିଲେ ତୁ ମୋ କୋଳ କେତେ ମୋ ଧୃତି ବଳ ସହେ କି କରବାଳ କେଳି କମଳଦଳ

6

ଶ୍ୟାମ ବିନୟ ଭାଷାରେ ଚନ୍ଦ୍ରାନନା ମନ୍ଦ ମଧୁର ହସା ରେ ଭାଷିଲେ ପ୍ରିୟବାଣୀ ରସେ ସେ ସୁଲକ୍ଷଣୀ ରସିଲେ ମନ ଜାଣି ଶ୍ରୀ ଛୋଟରାୟ ଭଣି

Sources

Cite this record


Last updated 2026-11-01. Record as JSON