Gīta

Aja e ki rusa re

ଆଜ ଏ କି ରୁଷାରେ

Text

Ghoṣā

ଆଜ ଏ କି ରୁଷା ରେ ପାଳିଲି ନାହିଁକି ତୋର ହୁକୁମ ସୁସାରେ

1

ହେଲୁ ଯେ ଗଣ୍ଡମଣ୍ଡିତ କର ସାରସାରେ ତୋ ବିନା ଅଛି କେ ମୋର ଭରସା ରସାରେ

2

ଚିନ୍ତାମଣି ପରା ତୁ ମୋ ଚିତ୍ତ ଘରଷାରେ ତିନ୍ତାଅନା କୁଚକୁମ୍ଭ ଅଶ୍ରୁବରଷାରେ

3

ସହି ସରିଲିଟି ହରଅହିତ ତୃଷାରେ ବନ୍ଦ ପଡ଼ୁ ସ୍ମିତ ମକରନ୍ଦ ପରଷାରେ

4

ଗୁଣାମ୍ବୁଧି ଥରେ ସ୍ମର ସମରେ ରସାରେ ଭଣାଯାଉ ତୋର ଗଣା ନ ଯା ନିରାଶାରେ

5

ଜଗଦ୍ଦେବ ବୋଲେ ଶ୍ୟାମ ବିନୟ ତୃଷାରେ ଶଙ୍କିଲା ଦେବୀଙ୍କ ମାନ ପଙ୍କଜ ଦଶାରେ

Sources

Cite this record


Last updated 2026-11-01. Record as JSON