Gīta

Aha mo khanjanakhi

ଆହା ମୋ ଖଞ୍ଜନାକ୍ଷୀ

Text

Ghoṣā

ଆହା ମୋ ଖଞ୍ଜନାକ୍ଷୀ ଅନଙ୍ଗେ ମୋ ବିନା ଦୁଃଖୀରେ । ଅବନୀରେ ଢଳି ପଡ଼ିବାରୁ ତୋଳି ଧରୁଥିବେ ପ୍ରିୟସଖୀରେ

1

ଅହର୍ନିଶ ଝୁରି ଝୁରି ଅତି କୃଶ କୃଶୋଦରୀ ଇନ୍ଦୁକଳା ତନୁ ତାକୁ ନିନ୍ଦିବନି ତାର ତାର ତନୁଶିରୀରେ

2

ଅଶ୍ରୁଭରେ ନେତ୍ର ବେନି ଅବିରତେ ପୂରିବନି ଅସାର ମାର ଅକୂପାରେ ପଡ଼ିଣ ମୃଦୁହାସୀ ଭାସିବନିରେ

3

ଆଭରଣ ଦୂର କରି କେଉଁ କୁମ୍ଭପୟୋଧରୀ ଅମଳ ମୃଣାଳ ଖଣ୍ଡ ପାଣି ପିଣ୍ଡେ ମଣ୍ଡୁଥିବଟି କିପରିରେ

4

ଅବଧିରେ ତେଜି ଆଶା ଅଧିକରେ ଅଭରସା ଅତି ଶ୍ୱାସଖର ପଡ଼ୁଥିବ ପରା ହେବନି ଦଶମ ଦଶାରେ

5

ଅଷ୍ଟଦୁର୍ଗେଶ୍ୱର ଭଣି ଅଭିନବ ରାମାମଣି ଉମାଧବ କୃପା ସତେ ହେବ ଅବା ଜୀବ ଯିବା ଯାଏ ପୁଣିରେ

Sources

Cite this record


Last updated 2026-11-01. Record as JSON