Kara khyama re rati pratima tu
କର କ୍ଷମା ରେ ରତି ପ୍ରତିମା ତୁ
Text
Ghoṣā
କର କ୍ଷମା ରେ ରତି ପ୍ରତିମା ତୁ ଜଣା ନ ଥିଲା ମାଜଣା ହେବେ ବୋଲି ଜେମା
1
କେଉଁ ପ୍ରତିହାରିଣୀ କି ଦାସୀ କହିଥାନ୍ତା ଯେବେ ଧାଇଁ ଆସି ତା ନ ମାନି ପଶିଥିଲେ ଝାସି ମାନ ଉଚିତ ମୋ ଠାରେ ତନୁମଧ୍ୟମା ରେ
2
ବାର ପାରି ନାହିଁ ରେ ସୁକେଶୀ ବାରି ମଧ୍ୟେ ତୁ ଥିଲୁ ବିଳସି ଚାରିପାଶେ ଘେରିଥିଲେ ଦାସୀ ଭାରି ନିତମ୍ବ ସ୍ତନ ଜଘନ ସୁଷମାରେ
3
ଭିଡ଼ି ରଦନେ ବସନାଞ୍ଚଳ ତଡ଼ିଲ୍ଲତାରୁ ହୋଇ ଚଞ୍ଚଳ ବଳାଶିଞ୍ଜିତ କରି ପ୍ରବଳ ପଳାଇ ଯା ମଣ୍ଡିଦେଲୁ ମଣ୍ଡପ ସୀମାରେ
4
ଦାଉ ପାଇ ମୁଁ ହେଜିଲି ଏବେ ଆଉ ଏପରି କରିବି ଯେବେ ସାରିଦେବୁ ମୋତେ ପରାଭବେ ବାରିଜାକ୍ଷୀ ପୀନସ୍ତନେ ଆଜକ ଜମା ରେ
5
ଶୁଣି ଶ୍ରୀକୃଷ୍ଣ ବିନୟ ବାଣୀ ହରଷରେ ସେ ରମଣୀମଣି ନିଧୂବନ ରଚିଲେ ସେକ୍ଷଣି ବୋଲେ ବସୁଦୁର୍ଗ ବସୁନ୍ଧରା ସୁତ୍ରାମା ରେ