Kariba ki buddhi
କରିବା କି ବୁଦ୍ଧି ଶ୍ୟାମ ଜାଣିଲାଣି
Text
Ghoṣā
କରିବା କି ବୁଦ୍ଧି ଶ୍ୟାମ ଜାଣିଲାଣି ପୁଣି ଲୋ
1
ସୁନା ସରୋରୁହ ଲତା । ହୋଇବାରୁ କୁସୁମିତା । ସଞ୍ଚରିବାର ଚଞ୍ଚଳେ ଚଞ୍ଚରୀକ ଶ୍ରେଣୀ ଲୋ
2
ଖଣ୍ଡରସ ସରସରେ । ନ ରସେ ସତ ରସରେ । ଅରୁଚି କରୁଚି ପୀୟୂଷକୁ ମଣି ଲୁଣୀ ଲୋ
3
କିଶୋରୀର ରଦାମ୍ବର । ଧ୍ୟାନେ ପୁଣି ପୀତାମ୍ବର । ଉପରେ ପକ୍ୱବିମ୍ବର ଚୁମ୍ବେ ଗଣି ଗଣି ଲୋ
4
କୁଚକୁ ଚିତ୍ତରେ ଧ୍ୟାୟି । ଚୁଚକ ଉରେ ଲଗାଇ । ଲୋଚନ ବୁଜୁଛି ପରିରମ୍ଭ ସୁଖ ମଣି ଲୋ
5
ନବଲତାକୁ ନିବିଡ଼େ । ପ୍ରବଳ ଉନ୍ମାଦେ ଭିଡ଼େ । ପ୍ରାଣେଶ୍ୱରୀ ହା କିଶୋରୀ ବୋଲି ହୁଏ ଗୁଣି ଲୋ
6
ଆମ୍ଭ ଆଳିର ତ ବେଶ । ଉଚିତ ହେଲା ବୟସ । ଧରି ହୃଦେ ମଣ୍ଡିବ କି ହର ନୀଳମଣି ଲୋ
7
ଅଷ୍ଟଦୁର୍ଗ ପୁରନ୍ଦର । କହେ ଦୂରୁଁ ଯୋଡ଼ି କର । ଭୀରୁମଦଗଜକୁ ତା ଭୂରୁଭଙ୍ଗୀ ଶାଣି ଲୋ