Kaha re jiba sangini
କହ ରେ ଜୀବସଙ୍ଗିନୀ
Text
Ghoṣā
କହ ରେ ଜୀବସଙ୍ଗିନୀ ତୋ ମନ ଘନଶ୍ଯାମ ରସେ ବଳିଲା କି ପଦେ ପଦେ ସୁଖ ଦେବା ପ୍ରେମ ଲେଖ ମିଳିଲା କି ବାଞ୍ଛା ଫଳିଲା କି
1
ତରଣିଜାକୂଳ ନୀପମୂଳସ୍ଥଳ କୁତୂହଳ ରୋଳ ଏ ତୋ ନେତ୍ରାଞ୍ଚଳ ମୋହନ ବିଗ୍ରହେ ଅକପଟ ସ୍ନେହେ ଢଳିଲା କି ଚିତ୍ତ ଚଳିଲା କି
2
ପୁର ଦଳନାରି ଅମଳେ ତୁ ଘାରି ହେଉଥିଲୁ ନାରୀମଣି ମନୋହାରୀ ଧଇର୍ଯ୍ୟ ସରୋଜ ବନନୀଳ ଗଜ ଦଳିଲା କି ତହୁଁ ଲୁଳିଲା କି
3
ଅବସର ଦଣ୍ଡକରେ ସେ ଶିଖଣ୍ଡ -ମଣ୍ଡନ ଅଖଣ୍ଡ ନୟନାନ୍ତ ଦଣ୍ଡ ତୋ ମରଜି ବକ୍ର ବସୁନ୍ଧରା ଚକ୍ର ନଳିଲା କି ସବୁ କଳିଲା କି
4
ଏ କି ଚମତ୍କାର ସେ ତ ସୁକୁମାର ଶୃଙ୍ଗାର ମଙ୍ଗଳ ମୂରତି କିଶୋର ତାହା ମନମୁନ ତୋ କଠିନ ସ୍ତନ ଗଳିଲା କି ଏଥୁଁ ବଳିଲା କି
5
ରଜତେ ରଜତ ଶାତକୁମ୍ଭେ ଶାତ -କୁମ୍ଭ ସିନା ଝଳେ ଜଗତେ ବିଦିତ ଜମ୍ବୁନଦସାର ତଳରେ ମସାର ଝଳିଲା କି ତାପ ଟଳିଲା କି
6
ଜଗଦ୍ଦେବ ବାଲୁକେଶ ବସୁନ୍ଧରା ବଳୟ ଅମରପତି ବୋଲେ ତ୍ୱରା ଖେଦତିମିରକୁ ମଦ କଉମୁଦୀ ଗିଳିଲା କି କାଳ ମିଳିଲା କି