Kahibaku laja sakhi jaha hela
କହିବାକୁ ଲାଜ ସଖୀ ଯାହା ହେଲା
Text
Ghoṣā
କହିବାକୁ ଲାଜ ସଖୀ ଯାହା ହେଲା ଆଜ
1
ପହୁଡ଼ିଥିଲେ ଜଣା ନ ଥିଲା ମୋତେ ବୀଣା ଆଳାପେ ଲଗାଇଲି ଗେଲେ ଲୟ କାନ୍ତ ମୋ ଗଣ୍ଡେ ଆସି ଚୁମ୍ବିଲେ ପରଶଂସି ମରଣୁ ବଳିଗଲା ସେ ସମୟ
2
ଖସିପଡ଼ିଲା କରୁ ବିପଞ୍ଚୀ ଧରୁ ଧରୁ ମେରୁ ଗରୁଆ ହେଲା ଗଭାଫୁଲ ଟେକି ନୋହିଲା ମୁଖ ତହିଁ ପଞ୍ଚବିଶିଖ ଚଣ୍ଡାଳ କଲା କେତେ କଲବଲ
3
ଚୁମ୍ବିଲେ ଅଙ୍ଗସୀମା ଜାତ ପୁଲକରମା ଶୀତ୍କାର ଉପୁଜିଲା ବାରମ୍ବାର ନିବିଡ଼ ଭୁଜବନ୍ଧୁ ଛାଡ଼ି ନ ଦେଲେ ବନ୍ଧୁ ପଳାଇବାକୁ କାହିଁ ରାହା ମୋର
4
କେତେ କଥାକୁ ଏତେ ଦଶା ଲଭିଲି ଚିତ୍ତେ କି ନ କଲା ଏ ଲାଜ ଘେନ ମନେ କିପରି ଗୋ ସଙ୍ଗାତ ବିପରୀତ ସୁରତ ରସକୁ ରସୁଥାନ୍ତି ବାମାମାନେ
5
କହଇ କବିସୂର୍ଯ୍ୟ ଶୁଣ ପଣ୍ଡିତ ଆର୍ଯ୍ୟ ହେଲେ ହୋଇବ ଏକ ଗୁଣ ଲୋପ ଆଉ ପାପ ସଙ୍ଗୀତ ବିଦ୍ୟା ସଧରେ ଚିତ୍ତ ନ ଦେବି ବୋଲି କଲି ସଂକଳପ