Gīta

Ka mane thila e katha go

କା ମନେ ଥିଲା ଏ କଥା ଗୋ

Text

Ghoṣā

କା ମନେ ଥିଲା ଏ କଥା ଗୋ କଳା ଅଙ୍ଗ ସଙ୍ଗ* ହେବ ଅନ୍ୟଥା ଗୋ

1

ସସ୍ମିତ ମୃଦୁଳ ସରସ ଭାଷା ଶୁଣିବେ ମଥୁରାନଗରୀ ଯୋଷା ଗୋ

2

ସ୍ୱପ୍ନ ହୋଇବ ଶିଖଣ୍ଡମଣ୍ଡନ ନୋହିବ ନେତ୍ର ବିପଦ ଖଣ୍ଡନ ଗୋ

3

କସ୍ତୂରୀ ନୀଳୋତ୍ପଳ ମିଶା ବାସ ବ୍ରଜମଣ୍ଡଳେ ହେବ ଇତିହାସ ଗୋ

4

ପଙ୍କଜବାସିନୀ ଦାସୀ* ଯାର ସେ ମଜ୍ଜିଯିବେ ବୋଲ କୁବ୍ଜୀଟା ପାଶେ ଗୋ

5

ସ୍ମରଜ୍ୱର ଶେଷେ ଜୀବନ ଯିବ ମଧୁରାଧର ଢୋକେ ନ ମିଳିବ ଗୋ

6

ଭାଜି ହେଉଥିବା କାମ ଦହନେ ରାଜୀବପଦ ନ ଲଦିବା ସ୍ତନେ ଗୋ

7

କେ ଜାଣିଥିଲା ଏ ଦଣ୍ଡ ପହିଲେ ଅଷ୍ଟଦୁର୍ଗ ଧରାଧୀଶ କହିଲେ ଗୋ

8

*ପାଠାନ୍ତର : ଶ୍ୟାମ ଅଙ୍ଗ ସୁଖ, ପ୍ରିୟା ଯାର ସେ

Sources

Cite this record


Last updated 2026-11-01. Record as JSON