Kalindi kulaku mora sankhali
କାଳିନ୍ଦୀ କୂଳକୁ ମୋର ସଙ୍ଖାଳି ନ ଯା ରେ
Text
Ghoṣā
କାଳିନ୍ଦୀ କୂଳକୁ ମୋର ସଙ୍ଖାଳି ନ ଯା ରେ
1
ଯା ଶିରେ ଚନ୍ଦ୍ରିକା ଚୂଳ ରଙ୍ଗ ସ୍ଥଳ ନୀପମୂଳ ତା ନୟନ ଅଞ୍ଚଳଟି ଜ୍ଞାନହଜା ରେ
2
ନବ ଯୁବତୀଙ୍କ ଜାତି ନେବ ବୋଲି କେତେ ଜାତି ସୁଆଗ ଜାଣଇ ସେ ନାଟୁଆ ରଜା ରେ
3
ଜାମ୍ବୁନଦ ଘଟେ ବାରି ଆଣନ୍ତୁ ତୋ ପରିଚାରୀ କୂପ ଉପକଣ୍ଠେ ଶ୍ରୀଅଙ୍ଗକୁ ମଜ୍ଜା ରେ
4
ଏହି ପୁରେ ତୋ କାମନା ଭରତି ହୋଇବ ସିନା ଶ୍ୟାମ ଅଙ୍ଗସଙ୍ଗ ଡର ଥିଲେ ମଜ୍ଜାରେ
5
ତା ବେଣୁ ନିଃସ୍ୱନ ଦୂରୁ ଜନମାଉଛି ଦେହରୁ ନୀପ ଫୁଲ ପରିରେ ପୁଲକ ଗଜା ରେ
6
ନ ଛପାଅ ମନ ଥିଲେ ବନ୍ଦି କବିରବି ବୋଲେ ସୁଖେ ବ୍ରଜ ମଣ୍ଡଳେ ଡିଣ୍ଡିମ ବଜା ରେ