Gīta

Kahinre mana sahi

କାହିଁରେ ମନ ସହି

Text

Ghoṣā

କାହିଁରେ ମନ ସହି ପ୍ରସନ୍ନ ହେଉନାହିଁ ଏଥିକି କହ କେଉଁ ଗତିକି ରେ କି କରି ଅରଜିବି କି କରି ବରଜିବି ସେ ନବଘନ ଶ୍ୟାମ ପ୍ରୀତିକି ରେ

1

ଯୁଗଠାରୁ ଅଧିକ ହୋଇଲାନି ପଲକ କେମନ୍ତେ ସମ୍ଭାଳିବି ଧୃତିକି ରେ ତ୍ରିଭୁବନ ମୋହନ ବିଷମ ବଂଶୀସ୍ୱନ କାହୁଁ ଚୁମ୍ବିଲା ମୋର ଶ୍ରୁତିକି ରେ

2

ଇନ୍ଦ୍ରନୀଳ କପାଟ ପୁଟରୁଚି ସେ ନଟବର ମୁକୁଟମଣି ହାତୀକି ରେ ମାନସେ ଭାବି ଭାବି କ୍ରମେ କି ଛାଡ଼ିଦେବି କୁଳବରତ ଜାତି ନୀତିକି ରେ

3

ଗରଳ ଗିଳି ଅବା ରବିନନ୍ଦନ ସେବା ବିଧିରେ ବଳାଇବି ମତିକି ରେ ଅବା ଶ୍ୟାମ ସଙ୍ଗତି ଲଭି ସୁଭାଗ୍ୟବତୀ ମଣ୍ଡଳେ ଟେକାଇବି ଛତିକି ରେ

4

ନିକୁଞ୍ଜେ ସେତେବେଳେ ଘେନି ବସିବି କୋଳେ ସେ ନବକିଶୋର ମୂରତିକି ରେ ପରତେ ନାହିଁ ମୋର କରତେ ମଦନର ବସିପାରିବି କି ବରତିକି ରେ

5

କହେ ଶ୍ରୀ ଛୋଟରାୟ ନୃପତି କୁବଳୟ ନେତ୍ରେ ଲପନ ନିଶାପତିକି ରେ ଦେଖାଇ ଦେଇ ଥରେ ଏବେ ଭାଗ୍ୟପଥରେ ପକାଇ ନେବେ ଅକୀରତିକି ରେ

Sources

Cite this record


Last updated 2026-11-01. Record as JSON