Ki na kare prema riti
କି ନ କରେ ପ୍ରେମରୀତି
Text
Ghoṣā
କି ନ କରେ ପ୍ରେମରୀତିରେ ସଜନୀ ସେ ଶ୍ୟାମ ଅନୁସରଣେ ସଖୀ ମୋର ହେଉଛି ଯେତେ ଅନୀତିରେ
1
ଶିରୀଷ କୁସୁମ ତାଡ଼ନରେ ସହୀ -ମେଳେ ଯେ ମୋହକୁ ଯାଇ ସେ କରକାମିଶା ପ୍ରଖର ବରଷା ସହି ତ୍ୱରା ତ୍ୱରା ଯାଇ
2
ଉଠେ ଯେ ସଜନୀ କରେ କର ଦେଇ ଦେହଳୀ ଲଙ୍ଘିବା ପାଇଁ ସେ କଣ୍ଟା ଅବାଟ ନିଗଡ଼ ନିପଟ ନ ମାନି ସଙ୍କେତେ ଯାଇ
3
ଦିବସେ ଯେ ଡରେ ସହଚରୀ ମେଳେ ତମଧାମେ ନ ପଶଇ ସେ ବିଜୁଳୀ ଦେଖା ହୋଇଣ ଅଶାଖା ନିତି ବୃନ୍ଦାବନେ ଧାଇଁ
4
ଭିତ୍ତିରେ ଚିତ୍ରରେ ଲେଖା ଉରଗରେ ଭୟେ ଯେ ନ ଦିଏ ପାଣି ସେ ଶାଢ଼ୀ ଶେଷରେ ତନୁ ଛପାଉଛି ଫଣିମଣି ତେଜ ଜାଣି
5
କବିରବି ବୋଲେ ସେ ମୋହନ ଛବି ଯେ ଦେଖେ ନୟନ ଭୁଲେ କହିଲେ କି ବାଳୀ ମାନିବ ଏ କଥା ବୃଥା ହେବ କଥା ତୁଲେ