Kunja nilaya bhusa re
କୁଞ୍ଜନିଳୟଭୂଷା ରେ
Text
Ghoṣā
କୁଞ୍ଜନିଳୟଭୂଷା ରେ ଅଞ୍ଜନପୁଞ୍ଜ ମସାରଘନକେଶା କଞ୍ଜଚନ୍ଦ୍ରମଦଗଞ୍ଜନାସ୍ୟରୁଚି କୁଞ୍ଜରଗତି ମନୋରଞ୍ଜନବେଶା
1
ଆସ ମୋ କୋଳରେ ବିରାଜ ଦାସର ସରିକି କରି କି ଲାଜ ବାସକୁ ପରିକର ଆଜ ନାଶ ଦୁଃଖସମାଜ ଧନ ମୋତେ ବାସବାଦି ପରିହାସ ଚତୁର କର ବରବରନା ବରନାଗରୀରାଜ
2
କୁନ୍ଦସୁନ୍ଦର ଦଶନାଳି ସୁନ୍ଦରୀମଣି ତୁ ମୋର ସଙ୍ଖାଳି ଚନ୍ଦନ ସଉରଭପାଳୀ କୁନ୍ଦନମୟମାଳି ବୃଷରବିନନ୍ଦିନୀନ୍ଦ୍ରମଣି ମଞ୍ଜୁଭୁଜଗଭୂରୁ ଚଳନୟନାଞ୍ଚଳ ଦେ ଥରେ ଢାଳି
3
ମାର ରଖିଛି ଶର ଶାଣି ତାର ତ ଚରିତ ଅଛୁ ପରା ଜାଣି ସାରକୁ ଘେନିଯିବ ଛାଣି କା’ର ସେ ରଖେ ଠାଣି ମୋର ହୃଦୟ ତାର ହାର ହୁଅ ଆରେ ସୁଗୁଣବତୀ ରତିଚତୁରା ନବପଲ୍ଲବପାଣି
4
କାଞ୍ଚନଗଉରୀ ବିଚାର ବଞ୍ଚନ ବିଧିକି ବିରଚିବାର ମୁଞ୍ଚ ଧନ ମୁଁ ପରିଚାର ମଞ୍ଚରେ ତ ତୁ ସାର ଅବିରତ ପଞ୍ଚବାଣ ରଣକୌଶଳ ପରିଚୟ କର ସୁରସାବର ସାର୍ଥରେ ମୋର
5
ଏପରି ନବଘନ ଶ୍ୟାମ ଚାଟୁ ବିରଚି ଲଭୁଁ ବିରାମ ସସ୍ମିତ ତରୁଣୀଲଲାମ ପୂରିଲେ ହରିକାମ ନୃପ ଜଗଦ୍ଦେବ ସେ ସମୟ ବେଶ ଲଳିତ -ପଦଯୁଗ ଯୁଗଳ ଜଳଜାବଳୀ ଦାମ