Gīta

Kunda kali dasana

କୁନ୍ଦକଳିଦଶନା

Text

Ghoṣā

କୁନ୍ଦକଳିଦଶନା ନନ୍ଦନନ୍ଦନ ଶୋଭାକୁ ଅନାଁ ଗୋ

1

ଇନ୍ଦ୍ରନୀଳସାର ଶରୀର ଏହାର କଟିତଟପଟ ସୁନା ଗୋ ତ୍ରିଭଙ୍ଗୀରେ ଉଭା ହେବା ଛବିକି ମୁଁ ଲୁଚି ହୋଇଯାଏଁ କିନା ଗୋ

2

ଶରଦଚନ୍ଦ୍ର ବିମ୍ବରେ ଏ ଦ୍ୟୁତିରୁ ନାହିଁ ବୋଲି ଅଧ ଚିନା ଗୋ କମ୍ପୁଛି ଅଖଣ୍ଡ ଶିଖଣ୍ଡମଣ୍ଡନ ମୁକୁଟ କପଟବାନା ଗୋ

3

ମଧୁର ଅଧର ବଧୂଲୀକି ତହିଁ ମୁରଲୀ ମୋହନ ସ୍ୱନା ଗୋ କହି କହି କୁଳବ୍ରତ ଲତାମୂଳ ଏହି ଟାଳୁଅଛି ସିନା ଗୋ

4

ଶ୍ରୀଅଙ୍ଗ ଛୁଇଁ ଆସିବା ମରୁତର କରୁଅଛି ଆଶ୍ୱାସନା ଗୋ ମୃଗମଦସାର ଦଳ ଇନ୍ଦୀବର ମିଶାମିଶି ସୁବାସନା ଗୋ

5

କୁଙ୍କୁମ ଚନ୍ଦନ ମୃଗମଦ ଘନସାର ଶିର ଗୋରୋଚନା ଗୋ ଏହାଙ୍କୁ ସେବି କୃତକୃତ୍ୟ ହେବାକୁ କରିଛି ଧାତା ରଚନା ଗୋ

6

ଜଗତୀ ଧୃତି ବିଧ୍ୱଂସ ନୁହଇ ଏ ନେତ୍ରାଞ୍ଚଳ ଖେଳ ବିନା ଗୋ ବୋଲେ ଜଗଦ୍ଦେବ ଏଥୁଁ ମନୋଭବ ମାର୍ଗଞଣ କି ଶୁଣା ଗୋ

Sources

Cite this record


Last updated 2026-11-01. Record as JSON