Khanjarita nayana alape chahan re
ଖଞ୍ଜରୀଟନୟନା ଅଳପେ ଚାହାଁରେ
Text
Ghoṣā
ଖଞ୍ଜରୀଟ ନୟନା ଅଳପେ ଚାହାଁରେ
1
ଅଞ୍ଜନରୁଚି ମଦଗଞ୍ଜନ କେଶା କଞ୍ଜସୁନ୍ଦର ମୁଖରଞ୍ଜନ ବେଶା ସଞ୍ଜ କୁମୁଦ ସମ ହାସବିଳାସା ତୁ ସିନା ସାହା ରେ
2
ଦନ୍ତବସନ ରୁଚି ସନ୍ତତ ଚାଖି ସନ୍ତତ ତବ ତନୁ କାନ୍ତିରେ ଲାଖି କାହିଁ ଭରସି ରସି ନାହିଁ ମୋ ଆଖି ତୋହର ବାହାରେ
3
ବାରଣବର ଗମନା ରସକାରା ପରିଚିତ ରଣରଣ ଧରଣୀ ବିହାରା ରଚ ବଚନାମୃତ ନିର୍ଗତ ଧାରା ମିଶ ହୃଦ ହାରେ
4
ଚଣ୍ଡମଦନକର ଦାରୁଣ ବାଣେ ଦଣ୍ଡକୁ ସମୁଚିତ ନୁହଇ ମୁଁ ଟାଣେ ମଣ୍ଡ ଗଳକୁ କହେ ଅଗଣିତ ରାଣେ ମୃଦୁଳ ବାହାରେ
5
ମଗ୍ନ ମୁଁ ତୋର ରସ ନିର୍ଝର କୂପେ ତନୁରୁଚି ନିର୍ଧୂତ ହାଟକ ରୂପେ ସକରୁଣ ହୁଅ ହରିଚନ୍ଦନ ଭୂପେ ମୋ ସୁଖରାହା ରେ