Gīta

Chandana basi kundabara hasi re

ଚନ୍ଦନବାସି କୁନ୍ଦବରହାସୀ ରେ

Text

Ghoṣā

ଚନ୍ଦନବାସି କୁନ୍ଦବରହାସୀ ରେ

1

କରୁଣାମୟ ବରୁଣାଳୟହୃଦୟା ଘନକେଶୀ ରେ ପରାପତ ତୁ ତେ ହେଲୁ ପରା ନିରତେ ହରାଙ୍ଘ୍ରି ଭଜନରୁ କାଶୀ ରେ

2

ଶରଣାଙ୍କିତ ଅରୁଣାମ୍ବୁଜଚରଣା ମୃଦୁଭାଷୀ ରେ ଧରାତରୁଣୀଶିରଝରାରତନ ମତେ କରା ଆଜ ତୋ ନିଜ ଦାସୀ ରେ

3

ମଦନେଷୂଜକଦନେ ନିରତ ସଖି ଗଲି ଭାସି ରେ ତରୀ ପରି ଅଙ୍କରେ କରି ନିବିଡ଼ତରେ ପରିରମ୍ଭରେ ରଖ ଆସି ରେ

4

ଲଳନାବର ତୁଳନା ପରିକଳନା ଗୁଣରାଶି ରେ ଅନା ଅନା ଚପଳା ନୟନାନ୍ତରେ ତୁ ରେ ମଦନାହବକୁ ଫରମାସି ରେ

5

କରି ବନ୍ଦନ ହରିଚନ୍ଦନ କହେ କୁଞ୍ଜବିଳାସୀ ରେ ରୁଷା ବରଜି ମୃଗଦୃଶା ପଡ଼ିଲେ ମୃଦୁ ମସାରନିଭ ଭୁଜପାଶିରେ

Sources

Cite this record


Last updated 2026-11-01. Record as JSON