Gīta

Chahan re nidhu bana keli kusalaku

ଚାହାଁରେ ନିଧୂବନ କେଳିକୁଶଳାକୁ

Text

Ghoṣā

ଚାହାଁରେ ନିଧୂବନ କେଳିକୁଶଳାକୁ

1

କୋମଳପାଦ ସରୋରୁହ ଯାବକ ଚିତ୍ରଶଳାକାଧରାକୁ ତୋ ମଧୁରାଧର ଲାଲ ଜବା ମକରନ୍ଦଝୁରା ଭ୍ରମରାକୁ

2

ନିର୍ଜିତ ଶୋଣସରୋଜକରେ କରୁ ଯା ସଜଡ଼ା ବିଡ଼ିଆକୁ ହୀରକ କୈରବ କାଶ ସୁଧାକର ହାସ ବିଳାସିନୀ ତାକୁ

3

ଚାରୁ ସୁନୀଳ ଚଳାଚଳ ଲୋଚନ ଦ୍ରୋଣ ନିଦେଶକରାକୁ ଚାମର ବାତଭରେ ରତି କୌତୁକ ସମ୍ଭବ ଖେଦହରାକୁ

4

ଶୈଳ ସହୋଦର ପୀନ ପୟୋଧର ଚନ୍ଦନ ଭୋଗଦିଆକୁ ମଞ୍ଜୁଳିମାଚଳ କକ୍ଷତଳେ ନଖକେଳିକଳା ହଟିଆକୁ

5

ବାନ୍ଧବି ଯଦ୍ୟପି ମାନସରେ ଅଛି ଲେଶ କୃପା କରିବାକୁ ରାଜକଦମ୍ବ କିରୀଟ ଜଳନ୍ତରନାଥ ମହୀମଘବାକୁ

Sources

Cite this record


Last updated 2026-11-01. Record as JSON