Gīta

Chahin ki nahi kehi mohana hasa

ଚାହିଁ କି ନାହିଁ କେହି ମୋହନ ହାସ

Text

Ghoṣā

ଚାହିଁ କି ନାହିଁ କେହି ମୋହନ ହାସ ଗୋ କେହି ତା ମନ୍ଦହାସ କାହିଁକି ଏକା ମୋତେ ଏ ପରିହାସ

1

କେଉଁ ସତୀ ସେ ପୁଟ ଭେଦନେ ଅଛି ନଟ -ବର ସ୍ନେହୁଁ ନିପଟ ହୋଇ ନିରାଶ

2

ଡାକ ତ ସେ ଯୋଷାକୁ କହୁ କାହା ନାସାକୁ ବାଜିନାହିଁ ସେ ବନମାଳିକା ବାସ

3

ଲୋଡ଼ି ଶ୍ୟାମ ପ୍ରୀତିକି ଘଟକ ଯୁବତୀକି କେ କହୁ ନାହିଁ ଧରି ଦଶନେ ଘାସ

4

ତୋ ସ୍ନେହୁଁ ନିଶୀଥରେ ବନଦୁର୍ଗ ପଥରେ ଗତାଗତରୁ ଥିବ ପଦେ ପରାସ

5

ଡାକୁ ଯାହା ମୁରଲୀ ସ୍ୱାମୀକି ପେଲି ଠେଲି ଧାବନବଶେ ଖସେ ନିତମ୍ବ ବାସ

6

ଶ୍ରୀ ଜଗଦ୍ଦେବ ଭଣେ ରାଧାବାଣୀ ଶ୍ରବଣେ ଆଳୀଏ ହସି ଦେଲେ ଅଙ୍କ ନିବାସ

Sources

Cite this record


Last updated 2026-11-01. Record as JSON