Gīta

Chi chi para pirati

ଛି ଛି ପର ପୀରତି

Text

Ghoṣā

ଛି ଛି ପର ପୀରତି କିଛି ନ ରଖଇ ମତି ମା

1

ଦାଉ ଘେନିଣ ତା ଗୁରୁଜନଙ୍କର ଯାଉ ପଛେ ଜାତି ରୀତି ମା ସ୍ନେହରେ ଶ୍ରୀମୁଖ ଦେଖିଦେଲା ଯାଏ ଦେହରେ କି ଥାଏ ଗତି ମା

2

ଭାଜି ହୋଇଯାଏ ତା ବିନୁ ତନୁଟି ବାଜି ବିରହାଗ୍ନି ତାତି ମା ରାଜି ନ ଥାଏ କି ତା ସଙ୍ଗ ସୁଖରେ ଲାଜ ମିତ ହୁଏ କ୍ଷାତି ମା

3

କହଇ ଅବଶ୍ୟ ଆସିବି ବୋଲି ମୁଁ ରହଇ ଇତରେ ମାତି ମା ଦାସୀ ପରି ଅନୁସରି ବସୁ ଆସି ପାହିଯାଏ ସିନା ରାତି ମା

4

ମନୁ ତେଜି ଦିନୁ ଦିନୁ ବଳିବାର ଆନ ନାହିଁଟି ସୁମତି ମା ଆଖରକୁ ଫଳ ମଦନ ଶରକୁ ଲାଖ କରିବାର ଛାତି ମା

5

ବସଇ ବସୁଧା ତଳ ତେଜି ଗଜ -ଦନ୍ତ ପଲଙ୍କ ସୁପାତି ମା ଦଶା ହୋଇଯାଏ ଅତି ବିପରୀତ ମଶା ହୋଇଯାଏ ହାତୀ ମା

6

ଏ କାହାକୁ ଜଣା ଟେକାଏ ମାରଣା ମଣ୍ଡଳେ ହୋଇବ ଖ୍ୟାତି ମା ସହି ତୁ ଅଇଲୁ ପଦେ ନ କହିଲୁ ବୋଲେ ବସୁଦୁର୍ଗପତି ମା

Sources

Cite this record


Last updated 2026-11-01. Record as JSON