Gīta

Jana thila ki mote e riti go

ଜଣାଥିଲା କି ମୋତେ ଏ ରୀତି ଗୋ

Text

Ghoṣā

ଜଣାଥିଲା କି ମୋତେ ଏ ରୀତି ଗୋ ଛଣାସୁଧା ସରପଣାରୁ ମଧୁର ଲାଗୁଥିଲା ଶ୍ୟାମପ୍ରୀତି ଗୋ

1

ଲୁଣି ମଣିଲିଣି ମଧୁଝରକୁ ଶୁଣି ତା ବିଷମ ବଂଶୀସ୍ୱରକୁ କି ବାଇ ହୋଇଲି ନିଭାଇବି ବୋଲି ସ୍ମର ଧନଞ୍ଜୟ ହେତି ଗୋ

2

ମହୀତଳେ ଯେତେ ଧୂର୍ତ୍ତ ପୁରୁଷେ ସହି ସବୁରି ପରମଗୁରୁ ସେ ଦୂରୁ ସେ ସ୍ନେହକୁ ଜୁହାରି ମୁଁ ହାରି ରହିଅଛି ଲଭି ଭୀତି ଗୋ

3

ତାରତମ୍ୟ ସେ ନ ଜାଣେ ନିପଟ ତାର ତନୁ ଗୋଟାଯାକ କପଟ କଳାବତୀ କୁଳ ମାରଣେ କେବଳ କରିଅଛି ପରିଚିତି ଗୋ

4

ଆସିବି ମୁଁ ବୋଲି ଦେଇ ଭାଷାକୁ ବାସି କଲା ଯେ ମୋ ଫୁଲ ଭୂଷାକୁ ତୁ ହେଲେ ପହିଲୁ ଥରେ ନ କହିଲୁ ସେ କିତବର ଅନୀତି ଗୋ

5

ନିଚୋଳରେ ହେଲାନି ମୋ ଅରୁଚି ପୀତପଟ ସେ କାହିଁକି ଧରୁଛି ତାହାରି ସଦୃଶ ପିନ୍ଧିଥାଉ ବାସ ଯା ତୁଲେ ମାତୁଛି ନୀତି ଗୋ

6

ଶୁଣି ଏପରି ସରୋଷ ଗିରକୁ ନିଜ ନୟନେ ଥକାଇ ନୀରକୁ ଆଳି ପ୍ରବୋଧିଲେ କିଶୋରୀକି ବୋଲେ ଅଷ୍ଟଦୁର୍ଗ ଧରାପତି ଗୋ

Sources

Cite this record


Last updated 2026-11-01. Record as JSON