Gīta

Tuhi para mo hrudaya

ତୁହି ପରା ମୋ ହୃଦୟ ମଣିମୟହାରା

Text

Ghoṣā

ତୁହି ପରା ମୋ ହୃଦୟ ମଣିମୟହାରା ରେ

1

ସହି ତୁ ମୋହର ସକଳ ସମ୍ପଦ ମଦନ ଫଣୀ ରଦନ ବିଷ ଗଦ ଅଖିଳ ବିଭବ ଆଖଣ୍ଡଳ ପଦ ଆରୋହଣ ପରମ୍ପରା ରେ

2

ରସିକରାଜି ମସ୍ତକ ଅଳଙ୍କାର ବିଦ୍ରୁମ ନବପଲ୍ଲବ ଗର୍ବହର ତୋ ପୟର ଲାକ୍ଷାରଞ୍ଜକ ଦାସ ମୁଁ ବିରହ ଦୁଃଖପାସୋରା ରେ

3

କହିଥିବେ ସହି ଜାଣି ବା ନ ଜାଣି ମଣିଲୁ କି ସତ ଶୁଣି ତାଙ୍କ ବାଣୀ ଧରିଛୁ ବିରସ ବିବେକିନୀ ଶ୍ରେଣୀ ମସ୍ତକ ମଣ୍ଡନ ଝରା ରେ

4

ନ ମଣ୍ଡିବୁ ସିନା ମୋର ବକ୍ଷସ୍ଥଳ ହୃଦୟରୁ ଯିବୁ କରି କେଉଁ କଳ ମୋ ମନ ଗଗନ ତଟ ସମୁଜ୍ଜ୍ୱଳ ଉଦୟ ନିର୍ମ୍ମଳ ତାରା ରେ

5

ସଜନୀ ଗୋ ନବ ସୁରତି ବିଭବ ପାସୋର ଯିବ କି ମନୁ ଥିଲେ ଜୀବ ଦୀନ କବିରବି ଚାତକର ନବ -ଘନରସ ଜଳଧାରା ରେ

Sources

Cite this record


Last updated 2026-11-01. Record as JSON