Gīta

Debi mu paranaku baraji go

ଦେବି ମୁଁ ପରାଣକୁ ବରଜି ଗୋ

Text

Ghoṣā

ଦେବି ମୁଁ ପରାଣକୁ ବରଜି ଗୋ ବୁଝ ତୁ ଥରେ ଶ୍ୟାମ ମରଜି ଗୋ

1

ପିଇ ଜୀଇବି ବୋଲି କେତେ କଷ୍ଟରେ ଥିଲି ପୀୟୂଷ ରସପାନ ସରଜି ଗୋ ସହି ମୋତେ ନ ସହିପାରିଟି ତହିଁ ନେଇ କେ ଦେଲା କାଳକୂଟ ପରଜି ଗୋ

2

ଧନ ଜୀବନଚୟ ପ୍ରିୟବାନ୍ଧବ ଭୟ ଜାତି ମହତ ଆଶା ବରଜି ଗୋ ସଜନୀ କୋଟିକାମ ବିଗ୍ରହଜିଣା ଶ୍ୟାମ ସଙ୍ଗରେ ଥିଲି ପ୍ରେମ ଅରଜି ଗୋ

3

ମୋ ତହୁଁ ରୂପବତୀ କେଉଁ ବ୍ରଜଯୁବତୀ ଧନ୍ୟ ତା ପ୍ରୀତିରେ ସେ ଭରଜି ଗୋ ଫିଟାଇ ନେଲା ମନ ମୋହଠାରୁ ମୋହନ ସିଇଁବାଠାରେ ସ୍ମରଦରଜି ଗୋ

4

ଚଞ୍ଚଳ ବିଦ୍ୟୁଲେଖା ସହିତେ ଦେଇ ଦେଖା ବିରହୀ ସମୁଦାୟ ତରଜି ଗୋ ଶ୍ରୀ ଜଗଦ୍ଦେବ ଦୁଃଖ କହେ ସଜନୀ ଦେଖ ଘୋଟିଆସୁଛି ଘନ ଗରଜି ଗୋ

Sources

Cite this record


Last updated 2026-11-01. Record as JSON