Dosa bina mo nabina
ଦୋଷ ବିନା ମୋ ନବୀନା
Text
Ghoṣā
ଦୋଷ ବିନା ମୋ ନବୀନା ରୋଷ କିମ୍ପାଇଁ ବହିଲା ରେ
1
ଗେଲାଇ ନାଗରୀମେଳେ ଗଜରାଜଗତି ଗଲାବେଳେ ମୋ ଆଡ଼କୁ ଫେରି ଥରେ ହେଲେ ମୋତେ ନ ଚାହିଁଲା ରେ
2
ମନୋହର ବେଶ ପାଇଁ ସୁମନସ ଖୋଜି ଦେଲି ନେଇ ତା ନ ଘେନି ଜୀବଧନୀ ମଥା ପୋତିରହିଲା ରେ
3
ଦିନେ ବସି ସଖୀ ସଙ୍ଗେ ହରୁଥିଲା କାଳ ନାନାରଙ୍ଗେ ସେ ସମୟେ ମୋତେ ଦେଖି ହସି ଉଭା ତ ନୋହିଲା ରେ
4
ତା ପ୍ରୀତି ଲଭିବା ଦିନୁ ଲବେ ନ ମାନଇ ଫୁଲଧନୁ ସେ କଷଣ ସହ ବୋଲି ବିହି ଏହା କି ଲିହିଲା ରେ
5
ନ ସହି ମୋର ତ ଶିରୀ କି ବିଚାରି ସେ ତ କୋପ କରି ମୋଦେ ପଞ୍ଚଶରେ ରଚି ତାକୁ କି ଅବା କହିଲା ରେ
6
ବୋଲେ ଅଷ୍ଟଦୁର୍ଗନାଥ କି କରିବି ନ ଦିଶଇ ପଥ ଚାହୁଁ ଚାହୁଁ ଦଶଦିଶ କାମ ଅନ୍ଧାର ପିହିଲା ରେ