Pirati lagai syama
ପୀରତି ଲଗାଇ ଶ୍ୟାମ
Text
Ghoṣā
ପୀରତି ଲଗାଇ ଶ୍ୟାମ ଦୂରଦେଶ ତୁ ନ ଯା ରେ
1
ତୁ ଗଲେ ମଧୁଭୁବନ । କି ଘେନି ବଞ୍ଚିବୁ ଦିନ । ହେବ ଦଶଦିଗ ଶୂନ୍ୟ ମୁଖ ଦର୍ଶନ ବିନାରେ
2
ଏତେ ସ୍ନେହ ଦୂର କରି । ଯିବ ଯେବେ ମଧୁପୁରୀ । ହାରିବୁ ପରାଣ ସର୍ବେ ଯାଇ ଯମୁନାରେ
3
ନୋହିଲେ ଗରଳ ବିଷ । ଖାଇ ପ୍ରାଣେ ଯିବୁ ନାଶ । କି ଲାଭ ପରାଣେ ଥାଇ ଆଉ ଜୀବଦ୍ଦଶାରେ