Gīta

Prananatha bije bela balila re

ପ୍ରାଣନାଥ ବିଜେ ବେଳ ବଳିଲା ରେ

Text

Ghoṣā

ପ୍ରାଣନାଥ ବିଜେ ବେଳ ବଳିଲା ରେ

1

ସଖି ହେଲା କି ପାପ ଦେଖ ଏ ଚନ୍ଦ୍ରାତପ ବନ୍ଧା କୁସୁମ ଥୋପ ଆସି ଲୁଳିଲା ରେ

2

ତୁଟିଲାନି ମୋ ହୃଦପୁଟେ ଥିଲା ପ୍ରମାଦ ମଥା ପରୁ କୁମୁଦବନ୍ଧୁ ଟଳିଲା ରେ

3

ଦେଲା ଆହା କି ଫଳ ଭଲା ତ ମୋ କପାଳ ଲଗାଇଲେ ରସାଳ ନିମ ଫଳିଲା ରେ

4

ମଣ୍ଡାଇଲି ନିବାସ କିମ୍ପା ହେଲି ଏ ବେଶ ଆନେ ତେବେ ଜୀବେଶ ମନ ବଳିଲା ରେ

5

ଛୋଟରାୟ ନୃପତି ବିଜେ କଲେ ଏ ରାତି ଜାଣ ସବୁ ସମ୍ପତ୍ତି ମୋତେ ମିଳିଲା ରେ

Sources

Cite this record


Last updated 2026-11-01. Record as JSON