Balana sneha kala nagare
ବଳାନା ସ୍ନେହ କଳାନାଗରେସରିଯିବୁଟି ରଜନୀ ଜାଗରେ । ଘୋଷା । ଦେଖୁଛୁ ତ ଗର୍ବ କୁଟିଳ ଚାଲିଭୁଜଙ୍ଗ ପୁଙ୍ଗବ ମୁଁ ସିନା ବୋଲି । ୧ । ତାହାର ଅତି ପ୍ରୀତି କଳାପୀରେତହୁଁ ବହଇ ତା କଳାପ ଶିରେ । ୨ । ମୁରଲୀଧ୍ୱନି ଦମ୍ଭ ଗରଜନକେ ସହିବ ନୋହି ମୋହିତ ମନ । ୩ । କଲେ ତା ଭୋଗେ ଅଭିଳାଷ ଲବଅଣ୍ଟିବ ନାହିଁଟି ବନପଲ୍ଲବ । ୪ । ଘାରି ହୋଇ ସରିଯିବୁ ସଦନେବଂଶୀଦେବ […]
Text
Ghoṣā
ବଳାନା ସ୍ନେହ କଳାନାଗରେ ସରିଯିବୁଟି ରଜନୀ ଜାଗରେ
1
ଦେଖୁଛୁ ତ ଗର୍ବ କୁଟିଳ ଚାଲି ଭୁଜଙ୍ଗ ପୁଙ୍ଗବ ମୁଁ ସିନା ବୋଲି
2
ତାହାର ଅତି ପ୍ରୀତି କଳାପୀରେ ତହୁଁ ବହଇ ତା କଳାପ ଶିରେ
3
ମୁରଲୀଧ୍ୱନି ଦମ୍ଭ ଗରଜନ କେ ସହିବ ନୋହି ମୋହିତ ମନ
4
କଲେ ତା ଭୋଗେ ଅଭିଳାଷ ଲବ ଅଣ୍ଟିବ ନାହିଁଟି ବନପଲ୍ଲବ
5
ଘାରି ହୋଇ ସରିଯିବୁ ସଦନେ ବଂଶୀଦେବ ଯେବେ ବଂଶୀବଦନେ
6
କବିମାର୍ତ୍ତଣ୍ଡ ରାୟଗୁରୁ କହେ ଗଜ ଚରମେ କାହା ସ୍ନେହ ନୋହେ