Barijakhi manaru mana
ବାରିଜାକ୍ଷୀ ମନରୁ ମାନ ବାରି ଦେ ରେ
Text
Ghoṣā
ବାରିଜାକ୍ଷୀ ମନରୁ ମାନ ବାରି ଦେ ରେ ଦେଖ କାଳ ହେଲା କଳା ବାରିଦେ ରେ
1
ଦାସ ନାଶରେ ମାନସ । ବଳିଛି ଯେବେ ନାରୀଶ । କରଜ ନାରାଚ ମାରି ଚିରି ଦେ ରେ
2
ତୋ ଚରଣ ସେବା ଭଳି । ନୋହିଲି ଯେବେ ରେ ଆଳି । ଗାଳି ଦିଆଇ ମହତ ସାରି ଦେ ରେ
3
ଏବେ ବନ୍ଧୁ ଅନାଥରେ । ଦୟା ଥିଲେ ଅନା ଥରେ । କରୁଣା କଟାକ୍ଷ ନେତ୍ରେ ଠାରି ଦେ ରେ
4
ମହିଳାମଣି ଜଗତେ । ତୋ ବିନା ସାହା କେ ମୋତେ । ମାର ମୁଖୁଁ ବଞ୍ଚାଇବି ଗାରି ଦେ ରେ
5
ଦ୍ୱିଜ କବିରବି ବାଣୀ । ଶୁଣି ସେ ରମଣୀମଣି । ସ୍ନେହେ ଦ୍ରବି ବହିଗଲା ବାରି ଦେରେ